RuRuRu RuRu - Couverture souple

Sahoo, Raghunath

 
9781645602224: RuRuRu RuRu

Synopsis

ଶିଶୁ ଓ କିଶୋର ଆସନ୍ତାକାଲିର ସମ୍ଭାବନା । ଏହି ବୟସରେ ସେ ନିଜକୁ ଗଢ଼େ । ଭବିଷ୍ୟତର ବିରାଟ ବୋଝ ବୋହିବାକୁ ସଂକଳ୍ପ କରେ । ନିଜ ଭିତରେ ଉକୁଟି ଉଠୁଥିବା ଆଭାସ ଓ ଆବେଦନକୁ ସେ ପରିପ୍ରକାଶ କରିବାକୁ ଚାହୁଁଥିବାବେଳେ ତାହାକୁ ଆହୁରି ତରଙ୍ଗାୟିତ କରିବା ପାଇଁ ଆମେ ବଡ଼ମାନେ ତାଙ୍କପାଇଁ ବାଡ଼ ନ ହୋଇ ମଶାଲ ପାଲଟିଲେ, ସେମାନେ ସହଜରେ ଅନ୍ଧାର ପଥ ଅତିକ୍ରମ କରିପାରିବେ ।

ଶିଶୁଟି ପଢ଼ିବସିଲେ ଆଉ ଏକ ଦୁନିଆରେ ପହଂଚିଯାଏ । ପ୍ରତିପୃଷ୍ଠାରେ ତା ଚାରିପାଖରେ ବାପାବୋଉ, ସାଙ୍ଗସାଥୀ, ପରିବାର ବ୍ୟତିରେକ ଆଉ କେତେକ ଚରିତ୍ର ଓ ଘଟଣାକ୍ରମ ତାକୁ ଆକର୍ଷିତ କରିଥାଏ । ଦୁନିଆକୁ ଜାଣିବସେ । ନିଜର ସ୍ଥିତି ଅବସ୍ଥିତିକୁ ବୁଝିପାରେ । ଗଛ, ପାହାଡ଼, ନଦୀ, ସାଗର, ଆକାଶ, ମାଟିରେ ଗଢ଼ି ହେଉଥିବା ଜୀବନମାନଙ୍କୁ ଜାଣି ନିଜ କଅଁଳ ଆଖିରେ କଳ୍ପନା କରିବସେ ଓ ସାତରଙ୍ଗରେ ରଙ୍ଗେଇବାକୁ ଚେଷ୍ଟାକରେ । ଶାସନ ଅନୁଶାସନର ଅର୍ଗଳି ମଧ୍ୟରେ ଅସରନ୍ତି ପାହାଚରେ ପାଦ ଥାପିବାକୁ ପଛାଏନି । ପ୍ରତିଯୋଗିତାର ପୃଥିବୀରେ ପାରିଲା ପଣିଆର ପାରଦର୍ଶିତାକୁ ପ୍ରତିପାଦନ କରିବାକୁ ଆଶା ବାନ୍ଧେ । ଜୀବନ କାନ୍]ଭାସ୍]ରେ ଚିତ୍ରିତ ଦିଗକୁ ସ୍ୱତନ୍ତ୍ର କରିବାର ସୁଯୋଗକୁ ହାତଛଡ଼ା କରେନା ।

ଏଇ ସାଧନାର ଶୁଭବେଳାରେ ମୁଁ ନିଜ ବୟସରୁ ଝର୍କା ଦେଇ ଓହ୍ଲେଇ ଆସିଛି । ବୟସକୁ ପଛେଇ ଦେଇ ନିଜେ ଶିଶୁଟିଏ ପାଲଟି ତାଙ୍କ ହାତରେ ଧରେଇଦେବାକୁ ଚେଷ୍ଟା କରିଛି ଶିଶୁ କବିତା ଗୁଚ୍ଛ 'ରୁରୁରୁ ରୁରୁ' କୁ । ଶିଶୁମନରେ ଆମୋଦ ସହିତ ଆଗାମୀ କାଲିରେ ଏକଏକ ନାୟକ ହେବାକୁ ସଂକଳ୍ପ କରି ସଫଳତା ପାଇଁ ମୋ ହୃଦୟର ଆବେଦନ କବିତାଗୁଚ୍ଛ ଗୁଣ୍ଡୁଚିମୂଷାର ଭୂମିକା ନେବ ବୋଲି ଆଶା ବାନ୍ଧିଛି ।


Les informations fournies dans la section « Synopsis » peuvent faire référence à une autre édition de ce titre.

À propos de l?auteur

ରଘୁନାଥ ସାହୁ ଓଡିଆ ନାଟକ, ଗଳ୍ପ, ପ୍ରବନ୍ଧ ଓ କବିତା ରଚନା କ୍ଷେତ୍ରରେ ଏକ ଅନନ୍ୟ ଉଚ୍ଚାରଣ । ଶ୍ରୀ ସାହୁଙ୍କର ଜନ୍ମ ୧୯୭୧ ମସିହା ଜାନୁଆରୀ ୨୩ ତାରିଖ ଦିନ ଜଗତ୍]ସିଂହପୁର ଜିଲ୍ଲାର କୁଜଙ୍ଗ ସ୍ଥିତ ବଳରାମପୁର ଗ୍ରାମରେ । ପ୍ରକାଶିତ ୨୨ଟି ନାଟକ ମଧ୍ୟରୁ "ଆଖଡାଘର", "ନାଟ୍ୟଗ୍ରନ୍ଥ", "ଡିମିରିଫୁଲ" ଓ ଏକାଙ୍କିକା ମଧ୍ୟରୁ "ଓ ଓହଳମାନେ", "ଏକ ଏକ ଏକାଙ୍କିକା" ଆଦି ବେଶ୍ ଜନାଦୃତ । ଗଳ୍ପ "ମାଟିର ମୁହୂର୍ତ୍ତ", "ଛକ", "ଉତର ପୁରୁଷ" ଓ ଶିଶୁ କିଶୋର କବିତା ପୁସ୍ତକ "ବୋଉ ବୋଉକା" ପ୍ରକାଶ ପାଇ ପାଠକୀୟ ଆଦୃତି ଲାଭ କରିଛି । ରାଜ୍ୟ କଳା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ, ଓଡିଶା ଓ ଡକ୍ଟର ହରେକୃଷ୍ଣ ମହତାବ ଜୟନ୍ତୀ କମିଟି ସମେତ ଓଡିଶାର ବହୁ କଳା ସାହିତ୍ୟ ସଂସ୍କୃତି ଅନୁଷ୍ଠାନ ପକ୍ଷରୁ ଶ୍ରୀ ସାହୁଙ୍କୁ ମିଳିଛି ଅନେକ ସ୍ୱୀକୃତି ଓ ସମ୍ବର୍ଦ୍ଧନା । ଏହି ଶିଶୁ କିଶୋର କବିତା "ରୁରୁରୁ ରୁରୁ" କୁନି କୁନି ପିଲାମାନଙ୍କୁ ଦୁନିଆକୁ ଚିହ୍ନେଇବା ସହିତ ଅସୁମାରି ସମ୍ଭାବନାର ସାକାର ରୂପର ଉପହାର ।

Les informations fournies dans la section « A propos du livre » peuvent faire référence à une autre édition de ce titre.