ଆଜି ବି ପଛକୁ ଫେରି ଚାହିଁଲେ ମନେପଡ଼େ ସେଇସବୁ ଦିନ। କିଛି କବିତାର। କିଛି ସମାଲୋଚନାର। ୧୯୭୮ରୁ 'ଇସ୍ତାହାର' ସହ ଥିଲି ସମ୍ପୃକ୍ତ। ପ୍ରଫେସର ନିତ୍ୟାନନ୍ଦ ଶତପଥୀଙ୍କ ନିର୍ଦ୍ଦେଶରେ କିଛି ପ୍ରବଂଧ ଲେଖା। ପରେ 'ମୂଲ୍ୟାୟନ'ର ସଂପାଦକ ପ୍ରଫୁଲ୍ଲ ଜଗଦେବଙ୍କ ଅନୁରୋଧରେ ମଧ୍ୟ। ସେଦିନ କବିତାରେ ଅଧିକ ନିମଗ୍ନ ଥିଲି ସତ ତଥାପି ବେଳେବେଳେ ଆବଶ୍ୟକତା ହେତୁ କିଛି କିଛି ସମାଲୋଚନା ଲେଖିଥିଲି। ସେଇସବୁ ସାହିତ୍ୟ ଆଲୋଚନା ବିଦ୍]ଗଧ ପାଠକ ମାନଙ୍କର ଦୃଷ୍ଟି ଆକର୍ଷଣ କରିଥିଲା।
୧୯୭୮ରୁ ୧୯୮୫ ମଧ୍ୟରେ ଏଗୁଡ଼ିକ ମଧ୍ୟରୁ ଅଧିକାଂଶ ବିଭିନ୍ନ ପତ୍ରିକାରେ ପ୍ରକାଶିତ ହୋଇଥିଲା। ନା ନା ଜଞ୍ଜାଳ ଓ ମୋର ଅଳସୁଆମି ପାଇଁ ସମାଲୋଚନା ଗ୍ରନ୍ଥଟିଏ ପ୍ରକାଶ କରିବା ସମ୍ଭବପର ହୋଇ ପାରିନଥିଲା। ଅନେକ କତିପୟ ବଂଧୁଙ୍କର ବାରମ୍ବାର ଅନୁରୋଧ ହେତୁ ବହୁ ବିଳମ୍ବରେ ଏହା ପ୍ରକାଶିତ ହେଉଛି। ବିସ୍ମୃତିର ଗର୍ଭରୁ ଲେଖାସବୁକୁ ଖୋଜି ଲୋଡ଼ି ସଂଗ୍ରହ କରିବାକୁ ବହୁ କଷ୍ଟ ସ୍ୱୀକାର କରିବାକୁ ପଡ଼ିଛି। ଆଶା କରୁଛି ଏହି ସର୍ଜନଶୀଳ ଅନୁଶୀଳନକୁ ପାଠକମାନେ ଶ୍ରଦ୍ଧାର ସହ ଗ୍ରହଣ କରିବେ।
- ନିରଂଜନ
Les informations fournies dans la section « Synopsis » peuvent faire référence à une autre édition de ce titre.
ନିରଞ୍ଜନ ବେହୁରିଆ(୧୯୫୪)ଙ୍କ ଜନ୍ମ କେନ୍ଦ୍ରାପଡ଼ା ଜିଲ୍ଲାର ରାଜକନିକା ନିକଟସ୍ଥ ଗୁଣ୍ଠଳ ଗ୍ରାମରେ। ସେ ସାମ୍ପ୍ରତିକ ସମୟର ଜଣେ ସୁପରିଚିତ କବି। ସତୁରୀ ଦଶକର ଉତ୍ତରାର୍ଦ୍ଧରୁ ସେ କବିତା ରଚନାରେ ବ୍ରତୀ। କବିତାର ନିଆରାପଣ ପାଇଁ ସେ ଯେପରି ଚର୍ଚ୍ଚିତ ସମାଲୋଚନା କ୍ଷେତ୍ରରେ ମଧ୍ୟ ନିଜର ସିଦ୍ଧି ପାଇଁ ସୁବିଦିତ। ତାଙ୍କର ସମାଲୋଚନା ନିଜସ୍ୱ ଦୀପ୍ତି ଦ୍ୟୁତିରେ ଐଶ୍ୱର୍ଯ୍ୟମଣ୍ଡିତ। ଏଥିରେ ରହିଛି ବୌଦ୍ଧିକ ଚିନ୍ତନ, ସୂକ୍ଷ୍ମ ବିଶ୍ଳେଷଣ, ମନନଶୀଳ ଅଧ୍ୟୟନ। ପ୍ରତ୍ୟେକଟି ଆଲୋଚନା ଅନନ୍ୟ ଓ ସ୍ୱତନ୍ତ୍ର। ତାଙ୍କର ସୃଜନ ସମ୍ଭାରଗୁଡ଼ିକ ହେଲା; କବିତା ସଂକଳନ- 'କେଉଁଠି ଥାପିବୁ ପାଦ', 'ଅନ୍ତରଙ୍ଗ ନୀରବତା', ସ୍ମୃତିଲିପି- 'ଗାଆଁର ସ୍ମୃତି ସ୍ମୃତିର ଗାଆଁ' ଇତ୍ୟାଦି। ୨୦୧୪ ମସିହାରେ ଗୋପବନ୍ଧୁ ସ୍ମୃତି ମହାବିଦ୍ୟାଳୟ, ସାକ୍ଷୀଗୋପାଳରୁ ଅଧ୍ୟକ୍ଷ ଭାବେ ଅବସର ଗ୍ରହଣ କରିଛନ୍ତି। ସମ୍ପ୍ରତି ସେ ଭୁବନେଶ୍ୱରରେ ରହୁଛନ୍ତି। 'ଚେତନାର ଚିତ୍ରନଦୀ' ତାଙ୍କ ପ୍ରଜ୍ଞା ଓ ପ୍ରତିଭାର, ଚିନ୍ତା ଓ ଚେତନାର ଏକ ଅମ୍ଳାନ ସ୍ୱାକ୍ଷର। ଗ୍ରନ୍ଥଟିର ଅନ୍ୟ ଏକ ଉଲ୍ଲେଖଯୋଗ୍ୟ ବିଶେଷତ୍ୱ ଭାଷା। ନିରଞ୍ଜନଙ୍କର ଭାଷା କାବ୍ୟଭାଷା। ଏହା ଏତେ କାବ୍ୟିକ ଓ ଛଳଛଳ ଯେ ବେଳେ ବେଳେ କବିତାର ଭ୍ରମ ସୃଷ୍ଟିକରେ। ପୁସ୍ତକଟି ଗବେଷକ ଓ ପାଠକମାନଙ୍କର ଶ୍ରଦ୍ଧାଲାଭ କରିବ ବୋଲି ଆଶା।
Les informations fournies dans la section « A propos du livre » peuvent faire référence à une autre édition de ce titre.
Vendeur : GreatBookPrices, Columbia, MD, Etats-Unis
Etat : New. N° de réf. du vendeur 50203187-n
Quantité disponible : Plus de 20 disponibles
Vendeur : California Books, Miami, FL, Etats-Unis
Etat : New. N° de réf. du vendeur I-9781645606734
Quantité disponible : Plus de 20 disponibles
Vendeur : GreatBookPrices, Columbia, MD, Etats-Unis
Etat : As New. Unread book in perfect condition. N° de réf. du vendeur 50203187
Quantité disponible : Plus de 20 disponibles
Vendeur : PBShop.store US, Wood Dale, IL, Etats-Unis
PAP. Etat : New. New Book. Shipped from UK. THIS BOOK IS PRINTED ON DEMAND. Established seller since 2000. N° de réf. du vendeur L0-9781645606734
Quantité disponible : Plus de 20 disponibles
Vendeur : BargainBookStores, Grand Rapids, MI, Etats-Unis
Paperback or Softback. Etat : New. Chetanara Chitranadi. Book. N° de réf. du vendeur BBS-9781645606734
Quantité disponible : 5 disponible(s)
Vendeur : PBShop.store UK, Fairford, GLOS, Royaume-Uni
PAP. Etat : New. New Book. Delivered from our UK warehouse in 4 to 14 business days. THIS BOOK IS PRINTED ON DEMAND. Established seller since 2000. N° de réf. du vendeur L0-9781645606734
Quantité disponible : Plus de 20 disponibles
Vendeur : Majestic Books, Hounslow, Royaume-Uni
Etat : New. Print on Demand. N° de réf. du vendeur 409981498
Quantité disponible : 4 disponible(s)
Vendeur : Ria Christie Collections, Uxbridge, Royaume-Uni
Etat : New. In. N° de réf. du vendeur ria9781645606734_new
Quantité disponible : Plus de 20 disponibles
Vendeur : Books Puddle, New York, NY, Etats-Unis
Etat : New. Print on Demand. N° de réf. du vendeur 26404254181
Quantité disponible : 4 disponible(s)
Vendeur : Biblios, Frankfurt am main, HESSE, Allemagne
Etat : New. PRINT ON DEMAND. N° de réf. du vendeur 18404254191
Quantité disponible : 4 disponible(s)