Articles liés à Padmabat

Padmabat - Couverture souple

Jayasi, Malik Muhammad

 
9781645607601: Padmabat

À propos des auteurs

ତାଙ୍କର ଜନ୍ମସ୍ଥାନ ବିଷୟରେ ମତୈକ୍ୟ ନ ଥିଲେ ମଧ୍ୟ କବିଙ୍କର ଜନ୍ମସ୍ଥାନ ଜାୟସ ବୋଲି ଧରିନିଆ ହୋଇଛି। ଗ୍ରନ୍ଥର ପ୍ରାରମ୍ଭରେ ଆଲ୍ଲା, ମହମ୍ମଦ, ତତ୍କାଳୀନ ବାଦଶାହା ତଥା ନିଜର ଗୁରୁ ପରମ୍ପରାର ଉଲ୍ଲେଖ କରିଛନ୍ତି। ସେଥିରୁ ଅନୁମିତ ହୁଏ ତାଙ୍କର ଜନ୍ମ ୧୫୦୦ ଖ୍ରୀଷ୍ଟାବ୍ଦର ପାଖାପାଖି। ବାଲ୍ୟକାଳରୁ ସେ ପିତାମାତାଙ୍କୁ ହରାଇଥିଲେ। କେତେକଙ୍କ ମତରେ ସିଏ ଅବିବାହିତ ଥିଲେ। ଆଉ କେତେକଙ୍କ ମତରେ ସିଏ ବିବାହିତ ଥିଲେ ଏବଂ ଗୋଟିଏ ପୁତ୍ରର ଜନକ ଥିଲେ। ଗୁରୁ ପରମ୍ପରାରେ ତାଙ୍କର ଦୃଢ଼ ବିଶ୍ୱାସ ଥିଲା। ଶେଖ୍ ମୋହିଉଦ୍ଦିନ ତାଙ୍କର ଗୁରୁ ଥିଲେ। ତାଙ୍କର ମୃତ୍ୟୁ ସମୟ ସମ୍ବନ୍ଧରେ ମଧ୍ୟ ମତୈକତା ନାହିଁ। କାହା ମତରେ ଏହା ୧୬୩୯ଖ୍ରୀଷ୍ଟାବ୍ଦ ଏବଂ ଆଉ କେତେକଙ୍କ ମତରେ ଏହା ୧୬୫୯ ଖ୍ରୀଷ୍ଟାବ୍ଦ।

ଆଶାମଞ୍ଜରୀ ମହାନ୍ତି(୧୯୨୫-୨୦୧୫)ଙ୍କ ଜନ୍ମ କଟକରେ ହୋଇଥିଲା। ତାଙ୍କର ବାଲ୍ୟକାଳ ଢେଙ୍କାନାଳରେ କଟିଥିଲା। ପିତା କୁଳମଣି ମହାନ୍ତିଙ୍କ ସଂସ୍କାରରେ ପରିପାଳିତ ହୋଇ ସିଏ ଆଧ୍ୟାତ୍ମବାଦୀ ହୋଇଥିଲେ। ୧୯୪୪ ମସିହାରେ ତାଙ୍କର ବିବାହ ସ୍ୱନାମଧନ୍ୟ କବି ଗୁରୁପ୍ରସାଦ ମହାନ୍ତିଙ୍କ ସହ ହୋଇଥିଲା। ତାଙ୍କ ଶ୍ୱଶୁରଙ୍କ ପ୍ରେରଣାରେ 'କୁମାର ସମ୍ଭବ' କାବ୍ୟର ଓଡ଼ିଆ ପଦ୍ୟାନୁବାଦ କରିଥିଲେ। 'ଜାୟସୀ'ଙ୍କ ରଚିତ 'ପଦ୍ମାବତ୍]' ବୃହତ କାବ୍ୟର ଓଡ଼ିଆ ଅନୁବାଦ କରିଥିଲେ, ଯାହା ୨୦୧୪ରେ ପ୍ରକାଶିତ ହେବାର ପରବର୍ଷ୨୦୧୫ରେ ତାଙ୍କର ପରଲୋକ ଘଟିଥିଲା। ତାଙ୍କର ଅନ୍ୟାନ୍ୟ ଅନୁବାଦ ମଧ୍ୟରେ ତାଙ୍କର ଦୀକ୍ଷାଗୁରୁ ଶ୍ରୀମତ୍ ବିଶ୍ୱପ୍ରଣବ ସ୍ୱାମୀ ଅତ୍ୟାଶ୍ରମୀଙ୍କର କେତେକ ରଚନା ଉଲ୍ଲେଖଯୋଗ୍ୟ। (୧) ଅଦୃଷ୍ଟ ସିଦ୍ଧି, (୨) I the order, (୩) ଶ୍ରୀଗୋପୀ-ଗୋବିନ୍ଦ-ଗୀତମ୍], (୪) ଆଶ୍ଚର୍ଯ୍ୟ ନୀଳମଣି (ଅପ୍ରକାଶିତ)।

Les informations fournies dans la section « A propos du livre » peuvent faire référence à une autre édition de ce titre.

Vos droits au titre de la garantie légale : Chaque consommateur de l'UE bénéficie d'au moins deux ans de protection au titre de la garantie légale pour tout bien de consommation vendu dans l'UE. Voir plus