Articles liés à ଅର୍ଘ୍ଯଥା ...

ଅର୍ଘ୍ଯଥାଳି - Couverture souple

Tripathy, Buni

 
9789391116248: ଅର୍ଘ୍ଯଥାଳି

Synopsis

About the Book:

"ଅର୍ଘ୍ୟଥାଳି" ବୁନୀ ତ୍ରିପାଠୀଙ୍କର ଦ୍ୱିତୀୟ ଗଳ୍ପ ସଂକଳନ। ଏହି ଗଳ୍ପ ସଙ୍କଳନରେ ତାଙ୍କ ଜୀବନର ଅନେକ ଅନୁଭବ ବିଭିନ୍ନ ଚରିତ୍ର ମାନଙ୍କ ମାଧ୍ୟମରେ ରୂପ ଲାଭ କରିଛି । ସମାଜର ନିତିଦିନିଆ ଜୀବନରେ ଘଟି ଯାଉଥିବା ଆଖପାଖର ଘଟଣାକୁ ନୂଆ ରୂପରେ ସେ ପାଠକ ମାନଙ୍କ ନିକଟରେ ପରସିଦେଇଛନ୍ତି ।

Les informations fournies dans la section « Synopsis » peuvent faire référence à une autre édition de ce titre.

À propos de l'auteur

About the Author: ବୁନୀ ତ୍ରିପାଠୀଙ୍କ ଜନ୍ମ ଅଭିଭକ୍ତ କଟକ ଜିଲ୍ଲା ରଘୁନାଥପୁରର ସାଧୁସାହି ଗ୍ରାମରେ । ବାପା ୰ରମେଶ ଚନ୍ଦ୍ର ତ୍ରିପାଠୀ ସଙ୍ଗୀତ ଓ ଡ୍ରାମା ଡିଭିଜନ, କେନ୍ଦ୍ର ସରକାର ଙ୍କ ଅଧୀନରେ କାର୍ଯ୍ୟରତ ଥିଲେ । ବାପା ନିଜେ ଜଣେ ଖ୍ୟାତି ସମ୍ପନ୍ନ ଲେଖକ ଥିଲେ । ମାଆ ସଚଳା ତ୍ରିପାଠୀ । ଉଭୟ ବାପା ଓ ମାଆଙ୍କ ପ୍ରେରଣାରେ ବୁନୀ ଅଭିନୟ ତଥା ଲେଖା ଲେଖିରେ ଆଜି ପର୍ଯ୍ୟନ୍ତ ଆଗେଇ ଚାଲିଛନ୍ତି । ସେ ଏକାଧାରରେ ଜଣେ କବି, ଗାଳ୍ପିକ, କଥାକାର, ଗୀତିକାର, ଅଭିନେତ୍ରୀ ତଥା ପ୍ରଯୋଜିକା । ଆଜି ପର୍ଯ୍ୟନ୍ତ ସେ ଗୁଡାଏ ଧାରାବାହିକ ତଥା ଚଳଚିତ୍ରରେ ଅଭିନୟ କରି ଚାଲିଛନ୍ତି, "ଏଇତ ଦୁନିଆ", "ତିନି ତୁଣ୍ଡରେ ଛେଳି କୁକୁର", "ଲାଲ ମହଲ", ସାଧୁ ମେହେର ଙ୍କ ନିର୍ଦ୍ଦେଶିତ "କାଳୀ ବୋହୂ, "ଆହ୍ୱାନ", "ଉଆଁସୀ କନ୍ୟା", "ଶ୍ରୀଜଗନ୍ନାଥ" ଆଦି ଧାରାବାହିକ ତାଙ୍କ ନିଖୁଣ ଅଭିନୟର ପରିଚାୟକ । ସେହିପରି "ଚମ୍ପିୟାନ ଓ ଦୀପୁ", "The Dance Boy" ଚଳଚିତ୍ରରେ ମଧ୍ୟ ସେ ଅଭିନୟ କରିଛନ୍ତି । ତାଙ୍କର କାବ୍ୟକୃତି ଓ ଗଳ୍ପ ରଚନା ପାଇଁ ସେ ସ୍ୱପ୍ନିଳ ସାହିତ୍ୟ ସଂସଦ, କୋଣାର୍କ ପୁସ୍ତକ ମେଳା, କୋଣାର୍କ ଚନ୍ଦ୍ର ଜ୍ୟୋସ୍ନାର ଆସର, ନିଶିଗନ୍ଧା, ସୁଲେଖା ଗୁଣ୍ଡିଚା ସାହିତ୍ୟ ସଂସଦ, ପୁରୀ ଆଦି ଦ୍ୱାରା ସମ୍ମାନିତ ହୋଇଛନ୍ତି । ଆଗରୁ ଗଳ୍ପ ସଂକଳନ "ଝରା ଶେଫାଳି" ପ୍ରକାଶିତ ହୋଇ ସାରିଛି ।

Les informations fournies dans la section « A propos du livre » peuvent faire référence à une autre édition de ce titre.