ସୁକୁଟାସନ (Sukutasana) - Couverture souple

Rath, Arabinda

 
9789392661587: ସୁକୁଟାସନ (Sukutasana)

Synopsis

About the Book

'ସୁକୁଟାସନ' ଗାଳ୍ପିକଙ୍କର ସମୁଦାୟ ୧୧ଟି ବ୍ୟଙ୍ଗ ଗଳ୍ପର ସଂକଳନ । ଏହାର ପ୍ରତିଟି ଗଳ୍ପ ନିଆରା ଶୈଳୀରେ ପରିବେଷିତ ହେବା ସହ କାହାଣୀ ପରିକଳ୍ପନାରେ ଗାଳ୍ପିକଙ୍କର ସ୍ଵତନ୍ତ୍ରତା ବାରିହୋଇପଡ଼େ। ସୂଚନାଯୋଗ୍ୟ ଯେ ନିକଟ ଭବିଷ୍ୟତରେ ଗାଳ୍ପିକଙ୍କ ବ୍ୟଙ୍ଗ ଗଳ୍ପକୁ ନେଇ ଅନ୍ୟ ଏକ ସଂକଳନ ଷ୍ଟୋରିମିରର୍ ମାଧ୍ୟମରେ ପ୍ରକାଶିତ ହେବାକୁ ଯାଉଛି। ଆମ୍ଭ ଦୃଢ ଆଶା ଓ ବିଶ୍ୱାସ ଏହି ବ୍ୟଙ୍ଗ ସଂକଳନ ପାଠକଙ୍କ ମନରେ ଆନନ୍ଦ ସଂଚାର କରାଇ ପାରିବା ସହ ସମସ୍ତଙ୍କ ମନରେ ଧାରେ ନିରୁତା ହସ ଫୁଟେଇବାରେ ସମର୍ଥ ହେବ।


Les informations fournies dans la section « Synopsis » peuvent faire référence à une autre édition de ce titre.

À propos de l'auteur

ଗାଳ୍ପିକ ଅରବିନ୍ଦ ରଥଙ୍କର ଅନେକ କୃତି ବିଭିନ୍ନ ପତ୍ରପତ୍ରିକାରେ ପ୍ରକାଶିତ ହୋଇ ବେଶ୍ ପାଠକୀୟ ଆଦୃତି ଲାଭ କରିଛି। ଏଯାବତ୍ ଲେଖକ ପାଖାପାଖି ଶହେରୁ ଊର୍ଦ୍ଧ୍ଵ କ୍ଷୁଦ୍ରଗଳ୍ପ ରଚନା କରି ସାରିଛନ୍ତି ଓ ପ୍ରାୟ ସମସ୍ତ ଗଳ୍ପ ଷ୍ଟୋରିମିରର୍ ୱେବସାଇଟରେ ପ୍ରକାଶିତ ହୋଇସାରିଛି। ପ୍ରଥମ ଗଳ୍ପ ସଂକଳନ "ପାଳି" ପାଇଁ ଲେଖକ ପାଠକମଣ୍ଡଳୀରେ ନିଜର ଏକ ଭିନ୍ନ ସ୍ଥାନ ସୃଷ୍ଟି କରିବାରେ ସଫଳ ହୋଇଛନ୍ତି। ସେ ସବୁବେଳେ ଚେଷ୍ଟା କରିଥାନ୍ତି ତାଙ୍କ ଗଳ୍ପଗୁଡିକ ନିଆରା କରିବା ପାଇଁ। ଅନ୍ତତଃ ପୂର୍ବରୁ ସେମିତିକା ଗଳ୍ପ ଅନ୍ୟ କେହି ଲେଖି ନଥାଆନ୍ତୁ। ଏହି ପ୍ରଚେଷ୍ଟାରେ କେତେ ଦୂର ଯେ ସେ ସଫଳ ହୋଇଛନ୍ତି ତାହା ସମୟ ଓ ପାଠକବମାନେ ହିଁ ବିଚାରକରିବେ। ବାସ୍ତବରେ ଅନ୍ୟ ଲୋକର ଆଖିରୁ ଦୁଇ ବୁନ୍ଦା ଲୁହ ଝରାଇବା ବା ହୃଦୟକୁ ବାଧିବା ପରି କଥା ବା କାର୍ଯ୍ୟ କରିବାଠାରୁ ସହଜ କାମ ବୋଧେ ପୃଥିବୀରେ ଆଉ କିଛି ନାହିଁ। ସେମିତି ଅନ୍ୟକୁ ଟାହି ଟାପରା ଓ ବେଇଜ୍ଜତ କରି ଦାନ୍ତ ନେଫେଡିବାରେ ବି କୌଣସି ବାହାଦୁରି ନାହିଁ। କିନ୍ତୁ କାହା ପ୍ରାଣରେ ଆଘାତ ନଦେଇ ହସାଇ ପାରିବା ଏତେ ସହଜ ବ୍ୟାପାର ନୁହେଁ।

Les informations fournies dans la section « A propos du livre » peuvent faire référence à une autre édition de ce titre.